ଏ ବର୍ଷ ମୌସୁମି ଦୁର୍ବଳ ଆଶଙ୍କା

ନୂଆଦିଲ୍ଲୀ : ଚଳିତବର୍ଷ ଭାରତରେ ମୌସୁମୀ ପ୍ରବାହ ଦୁର୍ବଳ ରହିବା ଆଶଙ୍କା ରହିଛି ବୋଲି ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି।

ଚଳିତବର୍ଷ ଏଲ‍୍‌ ନିନୋ ପ୍ରଭାବ ଅନୁଭୂତ ହେବାର ଆଶଙ୍କା ଥିବାରୁ ମୌସୁମୀ ପ୍ରବାହ ଦୁର୍ବଳ ରହିପାରେ ବୋଲି ଆକଳନ କରାଯାଉଛି। ଏଲ‍୍‌ ନିନୋ ପ୍ରଭାବ ଅନୁଭୂତ ହେଲେ ମୌସୁମୀ ବାୟୁ ଗତି ବାଧାପ୍ରାପ୍ତ ହୋଇଥାଏ। ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ତରଫରୁ ପ୍ରସ୍ତୁତ ଆଠଟିରୁ ଛଅଟି ମଡେଲରେ ଏଲ‍୍‌ ଲିନୋ ପ୍ରଭାବ ରହିବା ସ୍ପଷ୍ଟ ହୋଇଯାଇଛି। ତେଣୁ ଚଳିତବର୍ଷ ଭାରତରେ ସ୍ୱାଭାବିକ ଠାରୁ କମ‍୍‌ ବର୍ଷା ହେବାର ଆଶଙ୍କା ରହିଛି।

ତେବେ କେତେ ପରିମାଣର କମ‍୍‌ ବର୍ଷା ହେବ ସେ ସଂପର୍କରେ ବର୍ତ୍ତମାନ ଠାରୁ କିଛି କୁହାଯାଇ ପାରିବ ନାହିଁ ବୋଲି ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ତରଫରୁ ସ୍ପଷ୍ଟ କରି ଦିଆଯାଇଛି। ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ବର୍ଷା ପାଇଁ ମୌସୁମୀ ବାୟୁ ଉପରେ ନିର୍ଭରଶୀଳ। ଚଳିତବର୍ଷ ମୌସୁମୀ ଦୁର୍ବଳ ରହିଲେ କୃଷି ଉପିାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ୧୯୮୭, ୧୯୯୧, ୨୦୦୨, ୨୦୦୪ ଓ ୨୦୧୫ରେ ଏଲ‍୍‌ ଲିନୋ ପ୍ରଭାବରେ ଭାରତରେ କମ‍୍‌ ବୃଷ୍ଟିପାତ ହୋଇଥିଲା।

About admin

Check Also

ସାଓନିର ନୁଆ ଲାପଟପ୍

ଭୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ସାଓନି କେବଳ ଏମ୍ଆଇର ସ୍ମାର୍ଟଫୋନ୍ ତିଆରି କରିବା ପାଇଁ ଜଣାଶୁଣା କମ୍ପାନୀ ହୋଇନାହିଁ । …

Leave a Reply