କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଜ୍ଞାନଭିତ୍ତିକ ସମାଜଆଡ଼କୁ ମୁହାଁଇଛି ବିଶ୍ୱ- ରାଜ୍ୟପାଳ

  • ଅରୁନ୍ଧତୀ ଦେବୀ, ସଂଜୟ କୁମାର ନାୟକ, ଶରତ କୁମାର ଆଚାର୍ଯ୍ୟ, ଆର‌୍‍. ଭେଙ୍କଟ ରାଓ, ମୁକୁଟ ମିଞ୍ଜ‌୍‍ ଓ ଅଶୋକ ମହାପାତ୍ରଙ୍କୁ ସମ୍ମାନ ସୂଚକ ଡକ୍ଟରେଟ‌୍‍ ପ୍ରଦାନ

ଭୁବନେଶ୍ୱର, (ଓଟି):ସମ୍ପ୍ରତି ବିଶ୍ୱ ଶିଳ୍ପ ଭିତ୍ତିକ ସମାଜରୁ ଏକ ଜ୍ଞାନଭିତ୍ତିକ ସମାଜ ଆଡ଼କୁ ମୁହାଁଇଛି। ପୁଞ୍ଜି, ସମ୍ୱଳ, ପ୍ରକ୍ରିୟା ଏବଂ ସଂରଞ୍ଚନା ଆଦିର ନୂତନ ସଂଜ୍ଞା ନିର୍ଦ୍ଧାରିତ ହୋଇଛି। ଜ୍ଞାନ ଏବଂ ବ୍ୟକ୍ତି ବର୍ତ୍ତମାନର ପୃଥିବୀରେ ମୁଖ୍ୟ ଭୂମିକା ନେଇଛନ୍ତି। ଜ୍ଞାନ ଯେହେତୁ ମୁଖ୍ୟ ଉପାଦାନ ଏଣୁ ଜ୍ଞାନର ଉସି ବିଶ୍ୱ ବିଦ୍ୟାଳୟର ଭୁମିକା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ନୂତନ ଆହ୍ୱାନକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବା ଦରକାର ବୋଲି ରାଜ୍ୟପାଳ ଡ. ଏସ‍୍‌ସି ଜମୀର କହିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟର ୪୮ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଡ. ଜମୀର ଏହା କହିଛନ୍ତି। ଉତ୍କଳ ବିଶ୍ୱ ବିଦ୍ୟାଳୟ ଏହି ଆହ୍ୱାନକୁ ଗ୍ରହଣ କରି ଆବଶ୍ୟକ ପନ୍ଥା ନିର୍ଧାରଣ କରିବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି। ଉଚ୍ଚ ଶିକ୍ଷା ଓ ଗବେଷଣା ପାଇଁ ଅନୁକୂଳ ପରିବେଶ ନିର୍ମାଣ ଉପରେ ଗୁରୁତ୍ୱଆରୋପ କରି ରାଜ୍ୟପାଳ କହିଲେ ଯେ ଗୁଣାମିକ ଶିକ୍ଷା ପାଇଁ ଆବଶ୍ୟକ ଭିତ୍ତିଭୂମି, ବିଶ୍ୱସ୍ତରୀୟ ଗବେଷଣା ସୁବିଧା, ଅନ୍ତର୍ଜାତୀୟ ସହଯୋଗ ଓ କ୍ରିୟାଶୀଳ ଶୈକ୍ଷିକ ପ୍ରୟାସ ଏକାନ୍ତ ଆବଶ୍ୟକ। ଜ୍ଞାନ ଭିତ୍ତିକ ଅର୍ଥନିତୀ ପାଇଁ ଶିକ୍ଷା ଦାନରେ ଆବଶ୍ୟକ ପରିବର୍ତ୍ତନ ଜରୁରୀ। ଛାତ୍ରଛାତ୍ରୀମାନଙ୍କୁ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱସ୍ତରୀୟ ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସହ ସମତାଳ ପାଇଁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ କହିଛନ୍ତି। ଉତ୍କର୍ଷ ଆକସ୍ମିକ ନୁହେଁ। ଏଥିପାଇଁ ଲୋଡ଼ା ଏକନିଷ୍ଠ ନିରନ୍ତର ପ୍ରୟାସ ଓ ଆହ୍ୱାନକୁ ସୁଯୋଗରେ ପରିଣତ କରିବା ପାଇଁ ଦୂରଦୃଷ୍ଟି। ସମସ୍ତ ଶକ୍ତି, ସାମର୍ଥ୍ୟ ଓ ସମ୍ୱଳକୁ ପ୍ରୟୋଗ କରି ଉତ୍କର୍ଷ ହାସଲ କରିବା ପାଇଁ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ‌୍‍ଚି କହିଲେ ଯେ ହିଂସା ଓ ଦୁର୍ନିତୀ ପ୍ରଗତିର ପରିପନ୍ଥୀ। ଏହା ପୁଞ୍ଜିନିବେଶ କ୍ଷେତ୍ରରେ ବାଧକ ସୃଷ୍ଟି କରେ। ଫଳରେ ସାମଗ୍ରୀକ ଭାବରେ ନିଯୁକ୍ତି କ୍ଷେତ୍ର ପ୍ରଭାବିତ ହୁଏ। ନିଜ ପରିବେଶରେ ହିଂସାମିକ କ୍ରିୟାକୁ ପରିହାର କରିବା ଦରକାର। ସେ ଛାତ୍ରଛାତ୍ରୀମାନଙ୍କୁ ନିଜ ଚାରିପଟେ ଘଟୁଥିବା ଘଟଣାବଳୀକୁ ତର୍ଜମା କରି ନିଜପାଇଁ ଉପଯୁକ୍ତ ପନ୍ଥା ନିର୍ଧାରଣ କରିବାପାଇଁ ପରାମର୍ଶ ଦେଇଥିଲେ। କୁଳପତି ଅଶୋକ କୁମାର ଦାସ, ଉତ୍କଳ ବିଶ୍ୱ ବିଦ୍ୟାଳୟର ସମୃଦ୍ଧ ଅତୀତ ଓ ଭବିଷ୍ୟତ ଯୋଜନା ସଂପର୍କରେ ସୂଚନା ଦେଇଥିଲେ। ଚଣ୍ଡୀଖୋଲ ଠାରେ ଦ୍ୱିତୀୟ କ୍ୟାମ୍ପସ‌୍‍ ନିର୍ମାଣ ହେଉଥିବା ଓ ଏଥିପାଇଁ ପ୍ରାୟ ୭୦ ଏକର ଯାଗା ଚିହ୍ନଟ ହୋଇଥିବା ପ୍ରକାଶ କରିଥିଲେ। ଉଚ୍ଚ ଶିକ୍ଷା ନିଦ୍ଦେର୍ଶକ ନିହାର ରଂଜନ ପଟନାୟକ, କୁଳସଚିବ ମନ୍ନଥ କୁମାର ବିଶ୍ୱାଳ ପ୍ରମୁଖ ଉସିବରେ ଉପସ୍ଥିତ ଥିଲେ। ଅରୁନ୍ଧତୀ ଦେବୀ, ସଂଜୟ କୁମାର ନାୟକ, ଶରତ କୁମାର ଆଚାର୍ଯ୍ୟ, ଆର‌୍‍. ଭେଙ୍କଟ ରାଓ, ମୁକୁଟ ମିଞ୍ଜ‌୍‍ ଓ ଅଶୋକ ମହାପାତ୍ରଙ୍କୁ ସମ୍ମାନ ସୂଚକ ଡକ୍ଟରେଟ‌୍‍ ପ୍ରଦାନ କରାଯାଇଥିଲା। ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ଡ଼କ୍ଟରେଟ‌୍‍ ଡିଗ୍ରୀ, ସ୍ୱର୍ଣ୍ଣ ପଦକ ଓ ପୁରସ୍କାର ପ୍ରଦାନ କରିଥିଲେ।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :