କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଈ-ଟିଭି ଭାରତରେ ଯୋଗଦେଲେ ଶାରଦା ଲାହାଙ୍ଗୀର

ଭୁବନେଶ୍ୱର, (ଓଟି): ରାମୋଜୀ ରାଓଙ୍କ ନୂଆ ଡିଜିଟାଲ‍୍‌ ନ୍ୟୁଜ୍‌ ଟିଭି ପ୍ରକଳ୍ପ “ଈ ଟିଭି ଭାରତ-ଓଡ଼ିଆ’ରେ ଯୋଗ ଦେଇଛନ୍ତି ରାମନାଥ ଗୋଏଙ୍ଗା ପୁରସ୍କାର ପ୍ରାପ୍ତ ସାମ୍ୱାଦିକ ଶାରଦା ଲାହଙ୍ଗୀର। ସେ ଚ୍ୟାନେଲ‍୍‌ର ନ୍ୟୁଜ୍‌ କୋ-ଅର୍ଡିନେଟର ଭାବେ କାର୍ଯ୍ୟକରିବେ। ଭୁବନେଶ୍ୱରଠାରେ ତାଙ୍କ ଅଫିସ ହେବ। ଏହା ପୂର୍ବରୁ ସେ ଜୀ-କଳିଙ୍ଗ ଟିଭ ଚ୍ୟାନେଲର ଡେପୁଟି ଏଡିଟର ପଦବୀରୁ ଇସ୍ତଫା ଦେଇଥିଲେ।
“ଈ ଟିଭି- ଭାରତ’ ଏକ ସମ୍ପୂର୍ଣ୍ଣ ନୂଆ ଡିଜିଟାଲ‍୍‌ ଟିଭି ପ୍ରକଳ୍ପ। ଭାରତ ବର୍ଷରେ ପ୍ରଥମ ଥର ପାଇଁ ଏହିପରି ଏକ ଉଦ୍ୟମ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଇଣ୍ଟରନେଟ‍୍‌ରେ ପ୍ରଫେସନାଲ‍୍‌ ଟିଭି ନ୍ୟୁଜ୍‌ ପ୍ରସାରଣ ହେବ। ଈ ଟିଭି ଭଳି ଏହା ବିଭିନ୍ନ ଭାଷାରେ ନ୍ୟୁଜ୍‌ ପ୍ରସାରଣ କରିବ। ହେଲେ ଏହା ସ୍ୟାଟେଲାଇଟ‍୍‌ ଟିଭି ନୁହେଁ। ଅର୍ଥାତ୍ ଆପଣ ସ୍ୟାଟେଲାଇଟ‍୍‌ ଟିଭିରେ ଯେମିତି କାର୍ଯ୍ୟକ୍ରମ ଦେଖୁଛନ୍ତି ଠିକ୍ ସେମିତି ଲାଇଭ୍ ନ୍ୟୁଜ୍‌ କାର୍ଯ୍ୟକ୍ରମ ଇଣ୍ଟର‍୍‌ନେଟ‍୍‌ ଯୋଗେ ଆପଣଙ୍କ ସ୍ମାର୍ଟ ଟିଭି, କମ୍ପ୍ୟୁଟର ବା ସ୍ମାର୍ଟ ଫୋନ‍୍‌ରେ ଦେଖିପାରିବେ।
ଏହି ନୂଆ ଡିଜିଟାଲ‍୍‌ ଟିଭି ଚ୍ୟାନେଲ‍୍‌ର ଏହି  ପଦବୀ  ପାଇଁ ଅନେକ ବରିଷ୍ଠ ସାମ୍ୱାଦିକ ଆଶାୟୀ ଥିଲେ। ସେମାନଙ୍କ ଭିତରୁ ସର୍ଟଲିଷ୍ଟ କରାଯାଇ କିଛି ପ୍ରଫେସନାଲଙ୍କୁ ହାଇଦ୍ରାବାଦରେ ଥିବା ରାମୋଜୀ ଫିଲ୍ମସିଟି ମୁଖ୍ୟାଳୟକୁ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା। ତେବେ ଶାରଦାଙ୍କ ପ୍ରୋଫାଇଲ‍୍‌ ଓ କାର୍ଯ୍ୟ ଦକ୍ଷତା ତାଙ୍କ ଚୟନର ମୁଖ୍ୟ କାରଣ ହୋଇଥିବା ଜଣାପଡ଼ିଛି।
ଶାରଦା ସେପ୍ଟେମ୍ୱର ୧ ତାରିଖରେ ଯୋଗ ଦେବା ପରେ ଚ୍ୟାନେଲ‍୍‌ ପାଇଁ ଜୁନିୟର ସାମ୍ୱାଦିକ ଚୟନରେ ସାମିଲ ହୋଇଛନ୍ତି। ସେ ନିଜର ଟିମ‍୍‌ ଓଡ଼ିଶାରେ ସୃଷ୍ଟି କରିବେ ବୋଲି ଜଣାପଡ଼ିଛି।
ଈ ଟିଭି ଭାରତ-ଓଡ଼ିଆ କେବେ ଶୁଭାରମ୍ଭ ହେବ ବୋଲି ପ୍ରଶ୍ନରେ ଶାରଦା କହିଛନ୍ତି, ଏପର୍ଯ୍ୟନ୍ତ ସେଥିପାଇଁ କୌଣସି ତାରିଖ ସ୍ଥିର କରାଯାଇ ନାହିଁ। ତଥାପି ଅତିକମ‍୍‌ରେ ୩/୪ମାସ ସମୟ ଲାଗିଯାଇପାରେ ବୋଲି ସେ କହିଛନ୍ତି। କିନ୍ତୁ ଏହି ସମୟରେ ନ୍ୟୁଜ୍‌ ସଂଗ୍ରହ ଏବଂ ସଂଯୋଜନା କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :