କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଆଧାରକାର୍ଡ଼ ନଥିଲେ ମଧ୍ୟାହ୍ନ ଭୋଜନରୁ ବାଦ‌୍‍ ପଡ଼ିବେନି ଛାତ୍ରଛାତ୍ରୀ: ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ

ଭୁବନେଶ୍ୱର,(ଓଟି): ଭାରତ ସରକାରଙ୍କ ନିଦ୍ଦେର୍ଶନାମା ଅନୁଯାୟୀ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଧାର ସଂଯୋଗୀକରଣ କରାଯିବ। ଏହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆବଶ୍ୟକ ପ୍ରକ୍ରିୟା ଚାଲୁରହିଛି। ମାତ୍ର ମଧ୍ୟାହ୍ନଭୋଜନ ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ। ଏହି କାରଣରୁ କୌଣସି ବିଦ୍ୟାର୍ଥୀ ସ୍କୁଲରେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବେ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ରଞ୍ଜନା ଚୋପ୍ରା କହିଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀମତୀ ଚୋପ୍ରା କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ନୀତି ଅନୁଯାୟୀ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଅନ୍ତଭୁର୍କ୍ତ କରାଯିବ। ବିନା ଆଧାରକାର୍ଡ଼ରେ ମଧ୍ୟ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଇପାରିବେ। ଯଦି କୌଣସି କାରଣରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ରହେ, ତେବେ ଉକ୍ତ ଦିନର ମଧ୍ୟାହ୍ନଭୋଜନ ବାବଦ ଅର୍ଥ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ ବୋଲି ଶ୍ରୀମତୀ ଚୋପ୍ରା କହିଛନ୍ତି।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :