କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Rashtrapati Bhawan

ଆଜି ରାଷ୍ଟ୍ରପତି ନିର୍ବାଚନ: ୨୦ରେ ଗଣତି

ଭୁବନେଶ୍ୱର,(ଓଟି): ଭାରତର ୧୪ ତମ ରାଷ୍ଟ୍ରପତି କିଏ ହେବେ? ରାମ ନାଥ କୋବିନ୍ଦ ନା ମୀରା କୁମାର। ଏହି ଦୁଇଜଣଙ୍କ ଭିତରୁ ଯୋଗ୍ୟ ପ୍ରାର୍ଥୀ ଚୟନ ଲାଗି ଆଜି ଭୋଟ‍୍‌ ଗ୍ରହଣ ଆରମ୍ଭ ହୋଇଛି। ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଏଥିଲାଗି ସ୍ୱତନ୍ତ୍ର ବ୍ୟାଲଟ‍୍‌ ପେପର‍୍‌, ପେନ‍୍‌ ବ୍ୟବସ୍ଥା କରାଯାଇଛି। ସମୁଦାୟ ୭୭୬ ସାଂସଦ ଓ ୪୧୨୦ ନିର୍ବାଚିତ ବିଧାୟକ ଏହି ପ୍ରକ୍ରିୟାରେ ସାମିଲ‍୍‌ ହୋଇ ଭୋଟ‍୍‌ଦାନ କରିବେ। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ‍୍‌ ଗ୍ରହଣ ଅଭିଯାନ ସନ୍ଧ୍ୟା ୫ଟାଯାଏ ଚାଲିବ। ଆସନ୍ତା ୨୦ ତାରିଖରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ।

ଓଡ଼ିଶା ବିଧାନସଭାରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ବିଧାୟକମାନେ ସେମାନଙ୍କ ଭୋଟ‍୍‌ଦାନ ପାଇଁ ଏଠାକୁ ଆସୁଛନ୍ତି। ଏହି ନିର୍ବାଚନରେ କୌଣସି ଦଳ ଭୋଟରଙ୍କ ଉପରେ ହ୍ୱିପ‍୍‌ ଜାରି କରିପାରିବେ ନାହିଁ। ପୁଣି ଏହା ଗୁପ୍ତ ରଖାଯିବାର ପରମ୍ପରା ଓ ନିୟମ ରହିଛି। ବିଜେଡିରେ କ୍ରସ‍୍‌ଭୋଟିଂର ଆଶଙ୍କା କରାଯାଉଥିଲେ ମଧ୍ୟ ଏହା ହେବ ନାହିଁ ବୋଲିବ ବିଜେଡି ସୁପ୍ରିମୋ ସ୍ପଷ୍ଟ କରିଛନ୍ତି।

ଅଧିକ ଜାଣିବା ପାଇଁ ଲଗ୍‌ଅନ‍୍‌ କରନ୍ତୁ :  http://odishatime.com/odiya/?p=13152

ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ସ୍ୱତନ୍ତ୍ର ନିର୍ବାଚନ ( ଇଲେକ୍ଟୋରାଲ‍୍‌) କଲେଜ ଗଠନ କରାଯାଇଛି। ଏଥିରେ ନିର୍ବାଚିତ ସାଂସଦ ଓ ବିଧାୟକମାନେ ସଦସ୍ୟ ରହିଛନ୍ତି। ୧୯୭୧ ଜନସଂଖ୍ୟାକୁ ହିସାବକୁ ନେଇ ଉଭୟଙ୍କ ଭୋଟ‍୍‌ର ମୂଲ୍ୟ ସ୍ଥିର କରାଯାଇଛି। ଓଡ଼ିଶାରୁ ନିର୍ବାଚିତ ଜଣେ ସାଂସଦଙ୍କ ଭୋଟ‍୍‌ର ମୂଲ୍ୟ ୭୦୮ ହୋଇଥିବା ବେଳେ ବିଧାୟକଙ୍କ ଭୋଟ‍୍‌ର ମୂଲ୍ୟ ୧୪୯ ରହିଛି। ୨୦୨୬ ଯାଏ ୧୯୭୧ ଜନସଂଖ୍ୟାକୁ ମାପକ ଭାବେ ବ୍ୟବହାର କରି ଭୋଟ‍୍‌ ମୂଲ୍ୟ ନିର୍ଦ୍ଧାରଣ କରାଯିବ ବୋଲି ସଂସଦରେ ଆଇନ ପାରିତ ହୋଇଛି।

ସ୍ଥିରୀକୃତ ଗଣିତ ଅନୁସାରେ ସମୁଦାୟ ୭୭୬ ଜଣ ସାଂସଦଙ୍କ ଭୋଟ‌୍‍ ଭୂଲ୍ୟ ହେଉଛି ୫ ଲକ୍ଷ ୪୯ହଜାର ୪୭୪। ସେହିପରି ଦେଶର ନିର୍ବାଚିତ ୪୧୧୪ଜଣ ବିଧାୟକଙ୍କ ଭୋଟ‌୍‍ର ମୂଲ୍ୟ ମଧ୍ୟ ୫ଲକ୍ଷ ୫୯ ହଜାର ୪୭୪। ଅର୍ଥାତ‌୍‍ ଇଲେକ୍ଟୋରାଲ‌୍‍ କଲେଜରେ ସମୁଦାୟ ଭୋଟ‌୍‍ ମୂଲ୍ୟ ହେଉଛି ୧୧ଲକ୍ଷ ୪ ହଜାର ୫୪୬ ଏବଂ ସଦସ୍ୟ ବା ଭୋଟର‌୍‍ଙ୍କ ସଂଖ୍ୟା ହେଉଛି ୪୮୯୦।

ପ୍ରାଥମିକ ଆକଳନ ଅନୁସାରେ ଏନ‍୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ପାଖରେ ସର୍ବାଧିକ ଭୋଟ‍୍‌ ପାଖାପାଖି ୭୦ ପ୍ରତିଶତ ରହିଛି। ଏଣଉ ତାଙ୍କ ବିଜୟ ସମ୍ଭାବନା ଜୋର‍୍‌ ଥିବା ନେଇ ଚର୍ଚ୍ଚା ହେଉଛି।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *