କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
otv

ଆଗକୁ ଓଟିଭିରେ ଝଡ଼ ଆଶଙ୍କା: ଦୟାନିଧିଙ୍କ ରାସ୍ତାରେ ବରିଷ୍ଠ ସାମ୍ୱାଦିକ ଦଳ

ଏକ ପ୍ରତିଷ୍ଠିତ ଚ୍ୟାନେଲରୁ କୁଶଳୀ କର୍ମଚାରୀଙ୍କୁ ଆଣି ସମ୍ପୃକ୍ତ ସଂସ୍ଥାର ଲୋକପ୍ରିୟତାକୁ ହ୍ରାସ କରିବାର ଯେଉଁ ପରମ୍ପରା ୨୦୦୬ ମସିହାରେ ଆରମ୍ଭ କରିଥିଲା ସେହି ପରମ୍ପରା ଆଜି ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲରେ ଜାରି ରହିଛି। ଏହାଦ୍ୱାରା ସମ୍ପୃକ୍ତ ମୁହଁରେ ଥିବା ଦର୍ଶକ ତାଙ୍କ ଚ୍ୟାନେଲକୁ ଫେରି ଆସିବେ ବୋଲି ଆଶା କରାଯାଏ। କିନ୍ତୁ ବାସ୍ତବରେ ଓଡ଼ିଶାରେ ଯେ ତାହା ଅପ୍ରାସଙ୍ଗିକ ତାହା ସ୍ପଷ୍ଟ ହୋଇଛି। ଓଟିଭିରୁ ଅନେକ ସାମ୍ୱାଦିକଙ୍କୁ କନକ ଟିଭି, ଇଟିଭିନ୍ୟୁଜ୍‌, କଳିଙ୍ଗ ଟିଭି, ନ୍ୟୁଜସେଭେନ‍୍‌ ନେଇଥିଲେ ମଧ୍ୟ ତାଙ୍କର ବିଶ୍ୱସନୀୟତା ବୃଦ୍ଧି ପାଇପାରି ନାହିଁ। ଫଳରେ ସେମାନେ ଆଖିଦୃଶିଆ ଟିଆରପି ପାଇପାରୁ ନାହାନ୍ତି।

ଭୁବନେଶ୍ୱର,(ଓଟି): ଓଡ଼ିଶାର ଏକନମ୍ୱର ନ୍ୟୁଜ୍‌ ଚ୍ୟାନେଲ‍୍‌ କିଛିଦିନ ଭିତରେ ଏକ ବଡ଼ ଧରଣର ଝଡ଼କୁୁ ସାମ୍ନା କରିବାକୁ ଯାଉଛି। ନିକଟରେ ଚ୍ୟାନେଲ‍୍‌ର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୟାନିଧି ଦାଶ ଓଟିଭି ଛାଡ଼ି ଈଟିଭି ନ୍ୟୁଜ୍‌ ଓଡ଼ିଆରେ ଯୋଗ ଦେବା ପରେ ତାଙ୍କର କିଛି ଦୃଢ଼ ସମର୍ଥକ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି। ଦୟାନିଧି ଯେତେବେଳେ ରାମୋଜୀ ରାଓଙ୍କ ଦ୍ୱାରା ପରିଚାଳିତ ଈଟିଭି ଓଡ଼ିଆରେ କାମ କରୁିଥଲେ ସେତେବେଳେ ଏହି ସମର୍ଥକମାନେ ତାଙ୍କ ସହ ହାଇଦ୍ରାବାଦରେ କାର୍ଯ୍ୟକରୁଥିଲେ। ଏବଂ ତାଙ୍କ ସହ ଓଟିଭିରେ ଯୋଗ ଦେଇଥିଲେ।

ମିଡିଆ ମହଲରେ ଚାଲିଥିବା ଚର୍ଚ୍ଚା ଅନୁସାରେ ଏବେ ୫ ଜଣ ସାମ୍ୱାଦିକ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ନିୟମ ଅନୁସାରେ ସେମାନେ ଏକମାସ ନୋଟିସ‍୍‌ରେ ଅଛନ୍ତି। ଏହି ସାମ୍ୱାଦିକଙ୍କ ଭିତରେ ରହିଛନ୍ତି ଜଣେ ବରିଷ୍ଠ ଟେଲିଭିଜନ‍୍‌ ପ୍ରଡ୍ୟୁସର‍୍‌, ଯିଏ ପୂର୍ବରୁ ଅନେକ ଭଲ କାର୍ଯ୍ୟକ୍ରମ ଚ୍ୟାନେଲ‍୍‌କୁ ଉପହାର ଭାବେ ଦେଇଛନ୍ତି କିନ୍ତୁ ଗଲା କିଛିଦିନ ହେଲା ତାଙ୍କୁ ପରିଚାଳନା କୋଣଠେସା କରିଥିବା ଅଭିଯୋଗ ହେଉଛି। ସେହିପରି ଏହି ଗୋଷ୍ଠୀରେ ଏକ ଚର୍ଚ୍ଚିତ ଚେହେରା ମଧ୍ୟ ସାମିଲ ରହିଛି, ଯାହାଙ୍କୁ ଓଡଟିଭି ପରିଚାଳନା ଗୋଷ୍ଠୀ ଦୟାନିଧିଙ୍କ ଯିବା ସୂଚନା ପରେ ପଦୋନ୍ନତି ମଧ୍ୟ ଦେଇଥିଲେ। କିଛିଦିନ ହେଲା ଓଟିଭିରେ ଯୋଗ ଦେଇଥିବା ଜଣେ ଆଙ୍କର ମଧ୍ୟ ଏହି ଇସ୍ତଫା ଦେଇଥିବା ତାଲିକାରେ ଅଛନ୍ତି। ଏମାନଙ୍କ ସହ ଆହୁରି ଅନେକ ସେହି ଧାରାରେ ସାମିଲ‍୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି କିନ୍ତୁ ସମ୍ପୃକ୍ତ ଟିଭି ନ୍ୟୁଜ୍‌ ସଂସ୍ଥା ଏମାନଙ୍କ ଯୋଗଦାନ ପରେ ତାଙ୍କ ପାଇଁ ଅଫର‍୍‌ ଲେଟର‍୍‌ ଦେବ ବୋଲି ଯୋଜନା କରିଛନ୍ତି।

ଆଶଙ୍କା ରହିଛି ଯେ, ଏହି କର୍ମଚାରୀଙ୍କ ଯୋଗଦାନ ପରେ ସମ୍ପୃକ୍ତ ସଂସ୍ଥାରେ ପୁଣିଥରେ ହଲଚଲ‍୍‌ ହେବ ଏବଂ ଅନେକ କର୍ମଚାରୀ ସଂସ୍ଥା ଛାଡ଼ି ଅନ୍ୟ ଆଶ୍ରୟ ଦେଖିବେ।

ଏକ ପ୍ରତିଷ୍ଠିତ ଚ୍ୟାନେଲରୁ କୁଶଳୀ କର୍ମଚାରୀଙ୍କୁ ଆଣି ସମ୍ପୃକ୍ତ ସଂସ୍ଥାର ଲୋକପ୍ରିୟତାକୁ ହ୍ରାସ କରିବାର ଯେଉଁ ପରମ୍ପରା ୨୦୦୬ ମସିହାରେ ଆରମ୍ଭ କରିଥିଲା ସେହି ପରମ୍ପରା ଆଜି ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲରେ ଜାରି ରହିଛି। ଏହାଦ୍ୱାରା ସମ୍ପୃକ୍ତ ମୁହଁରେ ଥିବା ଦର୍ଶକ ତାଙ୍କ ଚ୍ୟାନେଲକୁ ଫେରି ଆସିବେ ବୋଲି ଆଶା କରାଯାଏ। କିନ୍ତୁ ବାସ୍ତବରେ ଓଡ଼ିଶାରେ ଯେ ତାହା ଅପ୍ରାସଙ୍ଗିକ ତାହା ସ୍ପଷ୍ଟ ହୋଇଛି। ଓଟିଭିରୁ ଅନେକ ସାମ୍ୱାଦିକଙ୍କୁ କନକ ଟିଭି, ଇଟିଭିନ୍ୟୁଜ୍‌, କଳିଙ୍ଗ ଟିଭି, ନ୍ୟୁଜସେଭେନ‍୍‌ ନେଇଥିଲେ ମଧ୍ୟ ତାଙ୍କର ବିଶ୍ୱସନୀୟତା ବୃଦ୍ଧି ପାଇପାରି ନାହିଁ। ଫଳରେ ସେମାନେ ଆଖିଦୃଶିଆ ଟିଆରପି ପାଇପାରୁ ନାହାନ୍ତି। ଅପର ପକ୍ଷେ ଓଟିଭିର ଟିଆରପି କିନ୍ତୁ ଗଲା କିଛିଦିନରେ ତଳକୁ ଖସିଥିବା ସ୍ପଷ୍ଟ ହୋଇଛି। ଏଣୁ ଏହି ସାମ୍ୱାଦିକଙ୍କ ଇସ୍ତଫା ଦ୍ୱାରା ଓଟିଭି ଆହୁରି ତଳକୁ ଖସିଯିବ ବୋଲି ଆଶା କରି କିଛି ନ୍ୟୁଜ୍‌ ହେଡ୍ ଆନନ୍ଦିତ ହେଉଛନ୍ତି। ଏହା ତାଙ୍କ ଉପରେ ଥିବା ଟିଆରପି ବୋଝକୁ ଲାଘବ କରିବ ବୋଲି ଆଶା କରାଯାଉଛି। ହେଲେ ଏଥିପାଇଁ ଆହୁରି ଅପେକ ଦିନ ଅପେକ୍ଷା କରିବାକୁ ହେବ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

One comment

  1. Nice story.

Leave a Reply

Your email address will not be published. Required fields are marked *