ଅନ୍ତରଙ୍ଗ ଓଡ଼ିଶା: ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ: ବାବା ଆଖଣ୍ଡଳ ମଣି

0
21

 

[author title=”ହରିହର ପଣ୍ଡା” image=”https://pbs.twimg.com/profile_images/3342912387/3f4b201989de3c274647e14feb4f7b9b.jpeg”]ହରିହର ପଣ୍ଡା, ଏମ‍୍‌ ଆଇଜି ୫୧, ଅନନ୍ତ ବିହାର ପୋଖରିପୁଟ, ଭୁବନେଶ୍ୱର-୨୦ ଇମେଲ:hariharpanda001@gmail.com [/author]
ବୈତରଣୀ ଓ ସାଳନ୍ଦୀର ମିଳନସ୍ଥଳ । ଭଗବାନ ଇନ୍ଦ୍ରଙ୍କ ଆରାଧନାସ୍ଥଳୀ । ପ୍ରାକୃତିକ ପରିବେଶରେ ମଣ୍ଡିତ ଏଠାର ସୌନ୍ଦର୍ଯ୍ୟ । ଯେଉଁଠାରେ ଜଳ ଲାଗି ପାଇଁ କାହିଁ କେଉଁ ଦୂରରୁ ଭକ୍ତ ଦଉଡ଼ି ଆସେ । ଆଉ କୌଣସି ଦୂରାରୋଗ୍ୟ ହେଲେ ତ ପ୍ରଥମେ ସୁମରଣାରେ ଆସନ୍ତି ବାବା ମଣିଙ୍କ ନାଁ । ଏଥର ଜାଣିପାରୁଥିବେ ଆଜି କେଉଁ ଜାଗାର କଥା କହୁଛି । ଶୈବ ମାହାତ୍ମ୍ୟ ଆଉ ଭକ୍ତିପୂତ ପରିବେଶରେ ପରିବେଷ୍ଠିତ ଏ ଜାଗାଟି ହେଉଛି ଭଦ୍ରକଠାରୁ ମାତ୍ର ୩୫ କିଲୋମିଟର ଦୂର । ନାଁ ଆରଡ଼ି ।

Akhandalmani
ଭାବୁଥିବେ ଆରଡ଼ି ନାଁ କାହିଁକି? ଏହାର ଅର୍ଥ କ’ଣ? ଖୋଜିଲେ ଏହା ମିଳିବ ଯାଇ ଏକ ଲୋକ କଥାରେ । ଯେଉଁଦିନ ମହାପ୍ରଭୁଙ୍କ ଆବିର୍ଭାବ ଏଇଠି ହୋଇଥିଲା, ସେଦିନର କଥା । ଚଷା ପୁଅ ଅନନ୍ତ ହଳ କରୁ କରୁ ହଳ ଲଙ୍ଗଳ ସବୁ ଛିଟିକି ପଡ଼ିଲା । ଏମିତି ଏକ ଚିତ୍କାର ସେ କେବେ ଶୁଣି ନଥିଲା । ଆଉ ତା ହାତରୁ ତ କେବେ ହଳ କେବେ ଖସି ନଥିଲା । ବେଧେ କିଛି ଭୁଲ ହୋଇଯାଇଥିଲା ସେଦିନ । କିନ୍ତୁ ତାର ସନ୍ଧାନ କରିବା ପୂର୍ବରୁ ସେ ମୁର୍ଚ୍ଛା ହୋଇଗଲା । ଯେତେବେଳେ ଉଠିଲା ଦେଖିଲା ଯେଉଁଠି ହଳ କରୁଥିଲା ସେସବୁ ଜାଗା କ୍ଷିର ଆଉ ମହୂରେ ଜୁଡ଼ୁବୁଡ଼ୁ ହୋଇଛି । କାହାକୁ ଆଘାତ ଲାଗିଲା? ସେ କ’ଣ ବା ଭୁଲ ସେଦିନ କରିଥିଲା? ଏହା ଭାବି ସେ ଥରିବାକୁ ଲାଗିଲା । ସବୁ କଥା ଜମିଦାର ସମର ସିଂହ ମହାପାତ୍ରଙ୍କୁ ଜଣାଇଲା । ସମର ସିଂହଙ୍କ ଉତ୍କଣ୍ଠା ବଢ଼ିଲା । ସଙ୍ଗେ ସଙ୍ଗେ ସେ ଜାଗାକୁ ଗଲେ । ସେମିତି କ୍ଷୀରମହୂ ଭାସୁଥାଏ । ସେଇଠି ସେ ଦର୍ଶନ କଲେ ମହାଦେବଙ୍କୁ । ଆଉ ସେ ଆ’ ଚିତ୍କାର ବା ରଡ଼ିରୁ ଏ ଜାଗାର ନାଁକୁ ଆ-ରଡ଼ି କୁହାଗଲା । ତା ପରଠୁ ଏଇଠି ଚାଷ ବଦଳରେ ଛାମୁଣ୍ଡିଆର ହୋଇ ପୂଜା ଚାଲିଲା । ସହସ୍ର ଲିଙ୍ଗଙ୍କ ଆରାଧନା । ଯାହାଙ୍କୁ ଦିନେ ଇନ୍ଦ୍ର ଏଠାରେ ଦିାନେ ଆରମ୍ଭ କରିଥିଳେ । ନିଜେ ପାଇଥିବା ଅଭିଷାପରୁ ମୁକ୍ତି ପାଇଁ । ସେ ପବିତ୍ର ଜାଗା ବୁଲି ଦେଖିବା ଓ ପରମ୍ପରାରେ ସାମିଲ ହେବା ପାଇଁ ଆଜିର ସମୟ ।
ଗୋଟେ ଶାନ୍ତ ଶୀତୁଆ ରାତିରେ ଆମେ ଏଠାରେ ପହଞ୍ଚିଥିଲୁ । ଚାରିଆଡେ଼ ଅନ୍ଧାର ଆଉ ଶୂନ‌୍‍ଶାନ । କେବଳ ଏଇ ଘରଟିରେ ହିଁ ଆଲୁଅ ଜଳୁଥିଲା । ମୁଁ କିଛି ବନ୍ଧୁଙ୍କ ସହ ଏହିଠାରେ ଥାଏ । ବାବାଙ୍କ ମନ୍ଦିର ପରିଚାଳନା କରୁଥିବା କମିଟି ଏହି ଘରଟିର ଦେଖାଶୁଣା କରନ୍ତି । ଖାସ‌୍‍ ଦୂର ଦୂରାନ୍ତର ଆଗନ୍ତୁକଙ୍କ ଲାଗି । ରାତିର ଯାତ୍ରା କ୍ଲାନ୍ତ ଅନୁଭୂତି ସିନା ଦେଉଥିଲା କିନ୍ତୁ ସକାଳକୁ ଏ ଜାଗାଟିକୁ ସଫାସୁତୁରା ଦେଖିବାର ଆଗ୍ରହ ମନର ଉଦ୍ଦୀପନାକୁ ଦ୍ୱିଗୁଣିତ କରୁଥିଲା । ଏହିଠାରେ ଜଣେ ବନ୍ଧୁ ମୋତେ ବାହାରିବାର ସମୟ ରାତି ୪ଟା ବୋଲି କହିଥିଲେ । କାରଣ ଏହି ସମୟରେ ମନ୍ଦିର ନ ପହଞ୍ଚିଲେ ଯେଉଁ ଉଦ୍ଦୀପନା ମନଭିତରେ ଆସୁଛି ତାହା ଗୋଟେ ଥରରେ ମରିଯିବ । କିଛି ଲାଭ ମିଳିବନି ।
ବାବାଜୀ ନନାଙ୍କ ଏ କଥାପରେ ଯଦିଓ ଆଖି ଲାଗିଗଲା କିନ୍ତୁ ଖୋଲିବାକୁ ସମୟ ଲାଗିଲାନି । ପାହାନ୍ତା ସାଢ଼େ୩ଟାରେ ଉଠିଗଲୁ ସମସ୍ତେ । ସକାଳର ଥଣ୍ଡା ପାଣିକୁ ନେଇ ବେଶ‌୍‍ କିଛି ସମୟ ଆଲୋଚନା ଚାଲିଲା । କେମିତି ଏହା ଦେହରେ ପଡ଼ିବ ? କିନ୍ତୁ ଠିକଣା ସମୟରେ ନିତ୍ୟକର୍ମ ଶେଷ ହୋଇଗଲା । ଗାଧୁଆ ପାଧୁଆ ସାରି ବାହାରକୁ ବାହରିଲାବେଳକୁ ଅଞ୍ଚଳଟା ଯେମିତି ଚଳ ଚଞ୍ଚଳ ହୋଇ ଉଠିଥିଲା । ଅନ୍ଧାର ଭିତରେ ସମସ୍ତେ ଗୋଟିଏ ଆଡ଼କୁ ମୁହାଉଁଥିଲେ । ତାହାଥିଲା ବାବାମଣିଙ୍କ ମନ୍ଦିର । ତୁଣ୍ଡରେ ଓଁ ନମୋଃ ଶିବାୟର ଷଡ଼ାକ୍ଷରୀ ଜପି ଆମେ ବି ସେ ସ୍ରୋତରେ ସାମିଲ ହେଲୁ ।
କିଛି ବାଟ ଚାଲିଲା ପରେ ଆସିଲା ଏକ ହାଇମାକ୍ସ ଲାଇଟ‌୍‍ । ସେଇଠି ମନ୍ଦିରର ପ୍ରାଙ୍ଗଣ ଦିଶିବାକୁ ଲାଗିଲା । ସମ‌୍‍ୁଖରେ ବିରାଟ ପୁଷ୍ପରିଣୀ । ନାଁ ଶିବ ଗଙ୍ଗା ପୋଖରି । ଶୀବଙ୍କ ସହ ଗଙ୍ଗାଙ୍କ ସମ୍ପର୍କତ ଆପଣ ଜାଣିଛନ୍ତି । ଯାହାଙ୍କ ବିନା ଇଚ୍ଛାରେ ଏ ଦେଶରେ ପାଣି ଜଳ ମିଳିବା ସମ୍ଭବ ନଥିଲା । ତାଙ୍କରି ନାଁରେ ଏହା ନାମିତ । ଗୋଟିଏ ପଟେ ଏଠି ଭକ୍ତଙ୍କ ମାନେ ଗୋଡ଼ ଧୁଅନ୍ତି ଆଉ ଅନ୍ୟପଟେ ପାଣି ଯାଏ ଭଗବାନଙ୍କ ଲାଗି । କି ସଂଯୋଗ ଇଏ ।

ଗୋଡ଼ ଧୋଇ ଦେଇ ଆମେ ଆଗକୁ ଚାଲିଲୁ । ମନ୍ଦିର ଭିତରକୁ । ଟଙ୍ଗଷ୍ଟନ‌୍‍ ଲାଇଟ‌୍‍ ଓ ଘିଅ ଦୀପର ମିଞ୍ଜି ମିଞ୍ଜି ଆଲୁଅରେ ବାବାଙ୍କ ପୂର୍ବ ଦିନର ମନୋଲୋଭା ବଡ଼ ସିଂହାର ବେଶ ଓହ୍ଲା ଚାଲିଥାଏ । ସେଥିରେ ଶୀତର ଟାଣ ପଣ ନା ବାଧା ଦେଉଥିଲା ନା ରାତିର ଅନ୍ଧକାର ଭୟ ।
ମନ୍ଦିର ସମ୍ମୁଖରେ ଥିବା ପୋଖରୀରୁ ପାରମ୍ପରିକଭାବେ ନନା ବା ସେବକମାନେ ଗରାରେ ପାଣି ଆଣି ରଖି ଥାନ୍ତି । ବାବାଙ୍କ ଶରୀରରୁ ଫୁଲ ଛଡାଯାଉଥାଏ ସେତିକି ସୁନ୍ଦର ଦିଶୁଥାନ୍ତି ମଣିବାବା । ସତରେ ମଣି ପରି ସେ ଲିଙ୍ଗ । ଶରୀର ଆବୁ ଆବୁଆ । ଅନ୍ୟ ଶିବ ଲିଙ୍ଗ ପରି ଏହା ଚିକÑଣ ନୁହେଁ । କୁହାଯାଏ ଇନ୍ଦ୍ର ଦେବଙ୍କୁ ଅଭିଷାପ ମୁକ୍ତ କରିବାକୁ ଯାଇ ମଣିବାବା ନିଜେ ଶରୀରରେ ସହସ୍ର ଯୋନୀ ଧାରଣ କରିଥିଲେ । କି ମହାତ୍ମ୍ୟ ଇଏ ! ଯେଉଁଠି ଭଗବାନ ଭକ୍ତର ଡାକକୁ ଶୁଣି ତାର କଷ୍ଟକୁ ଲାଘବ କରିବାକୁ ଯାଇ ନିଜେ ସେ କଷ୍ଟକୁ ଖୁସିର ସହ ଧାରଣ କରିଛନ୍ତି । ଏ ଭକ୍ତିମୟ ପରିବେଶରେ ପିଲାଠାରୁ ବୁଢ଼ା, ମହିଳା ସଭଏଁ ସାମିଲ ହୋଇଯାଆନ୍ତି । କିଲ କ୍ଷୀର ଆଉ ଦହି ଆଣିଥିଲା ତ କିଏ ମହୂ ଆଉ ଗୁଡ଼ । ଏମିତି ୭ ପ୍ରକାରର ଅମୃତ ମିଶି ପ୍ରସ୍ତୁତ ହେଲା ଅହ୍ମୁଣିଆ । ଯାହାକୁ ପ୍ରଭୁଙ୍କୁ ଲାଗି କରାଯିବ । ବେଶ ଉଲାଗି ପରେ ତାହାକୁ ଲିଙ୍ଗ ଉପରେ ଘସାଗଲା । ଆଉ କେଉଁ ଶୀବ ମନ୍ଦିରରେ ମୁଁ ଏମିତି ପରିବେଶ ଦେଖିନି । ପ୍ରସାଦକୁ ଭଗବାନଙ୍କ ଶରୀରରେ ଘସାଯିବାରେ ସାକ୍ଷୀ ହୋଇ ନାହିଁ । ପଚାରିଲାରୁ ପୂଜକ ବାବାଜୀ ନନା କହିଲେ ଅପରାହÙ ଗୋଟାଏ ଯାଏ ଏମିତି ଘର୍ଷଣ ଚାଲେ । ଏହାକୁ ଘର୍ଷଣ ଭୋଗ କୁହାଯାଏ । ଏହି ସମୟରେ ଯଦି କୌଣସି ଭକ୍ତ ଆସି ଭଗବାନଙ୍କୁ ଘର୍ଷଣ ଉପଯୋଗୀ ଦ୍ରବ୍ୟ ଅର୍ପଣ କରନ୍ତି ତାହାକୁ ନନା ମାନେ ଘର୍ଷଣ ଭୋଗରେ ପରିଣତ କରନ୍ତି।
ପୂର୍ବରୁ ୨୧ ପ୍ରକାର ଦ୍ରବ୍ୟରେ ଘର୍ଷଣ ପ୍ରସ୍ତୁତ ହେଉଥିଲା । ଏବେ ଏହା ସର୍ବନିମ୍ନ ୭ଟି ଦ୍ରବ୍ୟରେ ସୀମିତ ରହିଛି । କ୍ଷୀର, ଦହି, ଛେନା, କଦଳୀ, ନବାତ, ମହୁ, ଗୁଡ଼ ପ୍ରଭୃତି ଦ୍ରବ୍ୟ ଏଥିରେ ମିଶିଥାଏ। ହଁ, ଏସବୁ ଆଗୁଆ ମିଶାଯାଏ ନାହିଁ ଠାକୁରଙ୍କ ଶରୀରରେ ଏହାକୁ ମିଶାଯାଏ ।
ଏମିତିରେ ମୋ ମନକୁ ପ୍ରଶ୍ନ ଆସିଲା । କାହିଁ କେଉଁ କାଳରୁ ଏମିତି ନନାମାନେ ଠାକୁରଙ୍କ ଲିଙ୍ଗ ଉପରେ ଘସି ଚାଲିଛନ୍ତି ଏମିତି ଦ୍ରବ୍ୟଗୁଡ଼ିକ । ତେବେ ଏ ଲିଙ୍ଗ ଚିକÑଣ କାହିଁକି ହେଉନି? ତା ପରେ ଆପେ ଆପେ ମନକୁ ଉତ୍ତର ଆସିଲା ସବୁ ସେ ପ୍ରଭୁ ଶିବ ସମ୍ଭୁଙ୍କ ମହିମା।
ମହାପ୍ରଭୁ ବାବା ମଣିଙ୍କପାଇଁ ପ୍ରତି ଦିନର ସମୟ ନିର୍ଘଣ୍ଟ ହୋଇଛି । ଶୃଂଖଳିତ କରିବା ପାଇଁ ଏପରି ରିତୀ ନୀତି ଅନୁସାରେ ନନାମାନେ ପୂଜା କରିଥାନ୍ତି । ଦିଗମ୍ୱର ବେଶରେ ଘର୍ଷଣ ଲାଗି କରାଯାଇ ମହାସ୍ନାନ କରାଯାଏ । ତା ପରେ ଜଳାଭିଷେକ, ବାଲ୍ୟ ଭୋଗ ହୁଏ । ଏଥିରେ ଖଇକୋରା ଭୋଗ ହୁଏ । ଏଣୁ କେହି କେହି ଏହି ବାଲ୍ୟ ଭୋଗ ବା ବାଳ ଭୋଗକୁ ଖଇକୋରା ଭୋଗ ବୋଲି କହନ୍ତି । ଆପଣ ୟାକୁ ବାବାମଣିଙ୍କ ଜଳଖିଆ ବୋଲି କହିପାରିବେ । ତା ପରେ ସକଳା ୫ଟା ବେଳକୁ ପ୍ରଭୁ ସାଧାରଣ ଦର୍ଶନ ପାଇଁ ପ୍ରସ୍ତୁତ ହୁଅନ୍ତି ।
ପଅଡ଼କିଆ ନୀତି ପରେ କାନିକା, ସାଦାଭାତ, ଡାଲି ଭଜା ବାବାଙ୍କୁ ଭୋଗ କରାଯାଏ । ଦିନ ଗୋଟାଏ ବେଳେ ଯୋଗୀ ବେଶ ହୁଏ । ଏହାପରେ ବଡ଼ ନୀତି ଭୋଗ ହୁଏ ।
୩୦ କିଲୋ ଚାଉଳ ଅନ୍ନ, ଡାଲି ତରକାରୀ, ଭାଜି ବ୍ୟଞ୍ଜନ ବାବାଙ୍କୁ ଲାଗି କରାଯାଏ । ସବୁ ଦିନ । ଭକ୍ତମାନେ ଏହାକୁ ପରେ ପ୍ରସାଦ ଭାବେ କିଣିଥାନ୍ତି । ବେଶ‌୍‍ ସ୍ୱାଦିଷ୍ଟ । ଆପଣବି ଯେତେବେଳେ ଆଖଣତଡଳମଣି ବୁଲିବାକୁ ଆସୁଛନ୍ତି ସେ ସମୟରେ ଏମିତି ଭୋଗ ପାଇଁ ଅପେକ୍ଷା କରିପାରିବେ । ଦି ପହର ଖାଇବା ପରେ ବିଶ୍ରାମ ନେବାର ସମୟ । ସାଧାରଣ ମଣିଷର ଜୀବନ ଭଳି ବାବ ମଣିଙ୍କ ନୀତି ନିର୍ଘଣ୍ଟ ହୋଇଛି । ଏଣୁ ବଡ଼ ନୀତି ଭୋଗ ପରେ ଠାକୁର ଶୟନରେ ଯାଆନ୍ତି । ଏହାକ ଶୟନ ବା ଅବକାଶ କହନ୍ତି । ଏହି ସମୟରେ ଦର୍ଶନ ବନ୍ଦ । ୨.୩୦ରେ ପହଡ଼ ଖୋଲିବ
୪ଟା ବଡ଼ ସିଂହାର ନୀତି, ଚନ୍ଦନ, ତିନିଝୁଡ଼ି ଫୁଲ, ଫୁଲ ଟାହ୍ରିା, ଗହଣାରେ ସଜ୍ଜ‌୍‍ିତ କରାଯିବ । ପରେ ଷୋଡ଼ଷ ଉପଚାର ପୂଜା ବା ସନ୍ଧ୍ୟା ପୂଜା ହୁଏ । ସନ୍ଦ୍ୟା ପୂଜାରେ ମୋହନ ଭୋଗ, ଫଳ, କ୍ଷୀରି,ଳ ପୁରୀ, ଚକୁଳି ଆଦି ଭୋଗ ହୁଏ । ରାତି ୧୦ଟାରେ ବାଟୁଆ ନୀତି ଦହି ପଖାଳ, ଭାଜି ବ୍ୟଞ୍ଜନ ଭୋଗ ହେଲା ପରେ ରାତି ୧୧ଟାରେ ପହୁଡ଼ ପଡେ଼ । ଆଉ ଏକ ନୂଆ ଦିନକୁ ଅପେକ୍ଷା କରାଯାଏ ।
ପୁରୀ ଶ୍ରୀ ଜଗନ୍ନାଥଙ୍କ ପାଖରେ ଯେମିତି ପୌଷ ମାସରେ ପହିଲି ଭୋଗ ହୁଏ ଠିକ‌୍‍ ସେମିତି ଏଠାରେ ବିଶେଷ ନୀତିର ଆୟୋଜନ କରାଯାଇଛି । ଯାହାକୁ ବଡ଼ାଭାତ କହନ୍ତି ।
କନିକା ରାଜାଙ୍କଦ୍ୱାରା ଏ ମନ୍ଦିର ତିଆରି ପରେ ସାରା ରାଜ୍ୟରେ ଏହାର ଖ୍ୟାତି ଆସିଲା। ସାଳନ୍ଦୀ ଓ ବୈତରଣୀରେ ସଙ୍ଗମ ସ୍ଥଳରେ ଥିବା ଏହି ଅଞ୍ଚଳକୁ ଭକ୍ତଙ୍କର ସୁଅ ଛୁଟିଲା। ମାନସିକ କାମନା ସହ ଏହି ସ୍ଥାନ ପାଲଟିଲା ରୋଗ ଭଲ ହେବାର ସ୍ଥାନ। ବିଶ୍ୱାସ ରହିଛି ମନ୍ଦିର ବେଢ଼ାରେ ଏ ଯେଉଁ ପାଦୁକ କୁଣ୍ଡ ସେଥିରୁ ପାଦୁକ ପିଇଲେ ସବୁରୋଗ ଭଲ ହୋଇଯାଏ। ପେଟ ରୋଗ ତ ଛୋଟିଆ କଥା କୁଷ୍ଠରୋଗ ବି ଦୂର ହୁଏ ଏଥିରେ। ସେଥିପାଇଁ ଭକ୍ତ ଏହି ପାଦୁକକୁ ଆନନ୍ଦରେ ପିଇ ଦିଅନ୍ତି। କ’ଣ ଏ ପାଦକୁରେ ଅଛି ? ପୂଜକମାନେ କହନ୍ତି ଏଥିରେ େଔଷଧୀୟ ଗୁଣ ରହିଛି ଯାହାକୁ ପରୀକ୍ଷା କରାଯାଇଛି। ଏଇଠି କୁଷ୍ଠ ରୋଗ ବିଶେଷ କରି ଭଲ ହେବାର ନଜୀର ରହିଛି। ସେଥିପାଇଁ ବହୁତ ଲୋକ ଅଧିଆ ପଡନ୍ତି ଓ ଆର୍ଶୀବାଦ ନେଇଥାନ୍ତି। ପାଦୁକ ସହ ସୁନ୍ଦର ଉକ୍ତି ବି ଯୋଡ଼ା। ସେଇଟି ହେଲା ଆରଡିରେ ଗାରଡ଼ି ନାହିଁ ଅର୍ଥାତ ଯେକୌଣସି ଗୁଣିଗାରେଡି କାଟିଦେବାର ଶକ୍ତି ଏହି ପାଦୁକରେ ରହିଛି।
ଏହି ପାଦୁକ ବା କୁଣ୍ଡ ଜଳ ଏବଂ ଘର୍ଷଣ ହେଉଛି ବାବା ଆଖଣ୍ଡଳମଣିଙ୍କ ମୁଖ୍ୟ ଭୋଗ। ଏମିତି ନିଆରା ପାନୀୟକୁ ଆପଣ ଭକ୍ତିରେ ହେଉ କି ଆନନ୍ଦରେ ଗ୍ରହଣ କରନ୍ତୁ। ଆଉ ଆରଡିରେ ଭକ୍ତିକୁ ମଧ୍ୟ ଅନୁଧ୍ୟାନ କରନ୍ତୁ। ବେଢ଼ା ବୁଲିଲା ବେଳେ ଆପଣ ଏକ ଷ‹କୁ ଦେଖିପାରିବେ। ଏହା ଏକ ମୂର୍ତ୍ତି । କିନ୍ତୁ ଆପଣଙ୍କୁ ଏହା ଜୀବନ୍ତ ଲାଗିବ। ଏହି ଷ‹ ସହିତ ଅନେକ ଲୋକ କଥା ଜଡ଼ିତ। ଏଠି ବୁଲୁଥିବା ଏକ ଷ‹କୁ ଲକ୍ଷ୍ୟ କରି ଏହି ଷ‹କୁ ତିଆରି କରାଯାଇଛି। ତେଣୁ ଏହା ଜୀବନ୍ତ ଲାଗେ। ବାଟରେ ଯେଉଁ ଝାପ‌୍‍ସା ଆଲୁଅରେ ସୌନ୍ଦର୍ଯ୍ୟଗୁଡ଼ିକ ମିଶି କରିଥିବେ ସେଗୁଡ଼ିକ ଭରପୁର ମଜ୍ଜା ଉଠାନ୍ତୁ।
ପୂର୍ବରୁ ବୈତରଣୀ ଓ ସାଳନ୍ଦୀ ନଦୀପଥରେ କେନ୍ଦ୍ରପଡ଼ା, ଯାଜପୁର ଓ ଚାନ୍ଦବାଲିରୁ ଭକ୍ତମାନେ ଆରଡ଼ିକୁ ମଣିବାବଙ୍କୁ ଦର୍ଶନ କରିବା ପାଇଁଆସୁଥିଲେ। ଏବେ ବି ଏହା ଜାରି ରହିଛି । କିନ୍ତୁ ସୁନ୍ଦର ରାସ୍ତା ମଧ୍ୟ ତିଆରି କରାଯାଇଛି । ଭଦ୍ରକର ଆରଡ଼ି ଛକରୁ ଆପଣ ଏଥିପାଇଁ ସ୍ୱତନ୍ତ୍ର ବସ‌୍‍ ବା ଟ୍ୟାକ୍ସି ପାଇପାରିବେ ।
ଆରଡ଼ି ଗାଁ ଭିତରେ ଧାନରୁ ଅଗାଡ଼ି ଉଡାର ଦୃଶ୍ୟ ଆଉ ଗାଁ ପୋଖରୀରେ କଇଁ ଫୁଲର ଦୃଶ୍ୟ ଆପଣଙ୍କ ମନକୁ କିଣି ନେବ। ଆରଡ଼ି ଶିବଙ୍କ ଦର୍ଶନ କଲାପରେ ଆସନ୍ତୁ ଭଦ୍ରକାଳୀ। ଭଦ୍ରକାଳୀରେ ଦେଖିବେ କାଳୀଙ୍କର ଶାନ୍ତ ମୂର୍ତ୍ତି। କୁହାଯାଏ ଭଦ୍ରକର ନାମକରଣ ଏହି ଭଦ୍ରକାଳୀଙ୍କ ନାଁ ଅନୁସାରେ ହୋଇଛି। ଚାଲନ୍ତୁ ତାଙ୍କୁ ଦର୍ଶନ କରିବା ଆଉ ଆଶୀଷ ମାଗିବା। ଏହା ଏକମାତ୍ର ଶକ୍ତିପୀଠ ଯେଉଁଠି କାଳୀ ଶ୍ରୀକୃଷ୍ଣଙ୍କୁ କୂଳରେ ଧରିଛନ୍ତି। କୁହାଯାଏ ଶିବଙ୍କର ତାଣ୍ଡବ ନୃତ୍ୟ ସମୟରେ ଶକ୍ତିଙ୍କର ଏକ ଅଂଶ ଆସି ପଡିଥିଲା ମେଘାସନ ପର୍ବତରେ । ଆଉ ସେଇ ମେଘାସନ ପର୍ବତରେ ତାପସ ଋଷି ପୂଜା କରୁଥିଲେ। ପରବର୍ତ୍ତୀ ସମୟରେ ଭଦ୍ରକର ଭୂୟାଁ ରାଜା ଠାକୁରାଣୀଙ୍କୁ ଏଇଠାକୁ ଆଣିଥିଲେ। ସେହି ଦିନଠାରୁ ମାଆ ଏଠି ପୂଜା ପାଉଛନ୍ତି। ଯେହେତୁ ମା’ଙ୍କର ରୂପ ଭଦ୍ର ସେହି ଅନୁସାରେ ଏହି ସ୍ଥାନର ନା ହୋଇଛି ଭଦ୍ରକ। କାଳୀଙ୍କ ବିଭିନ୍ନ ରୂପ ହେଉଛନ୍ତି ଭଦ୍ରକାଳୀ, ଶ୍ମଶାନକାଳୀ, ଦକ୍ଷିଣକାଳୀ।କେବଳ ରୂପକୁ ନେଇ ବିଭିନ୍ନ ପ୍ରକାର ନାମକରଣ ପୂର୍ବରୁ ଯୋଡି ଦିଆଯାଇଛି। ଭଦ୍ରକାଳୀ କହିଲେ ଶାନ୍ତ ମୂର୍ତ୍ତି। ମା’ଙ୍କର ରୂପ ଦେଖିଲେ ଆପଣଙ୍କ ମନରେ ଭକ୍ତିର ଭାବନା ଆସିଯିବ। ଭାବୁଥିବେ ଶିବଙ୍କ ବିନା ଶକ୍ତି କେମିତି ଏଠି ପୂଜା ପାଉଛନ୍ତି। ଏଠି ଶିବ ବି ପୂଜା ପାଉଛନ୍ତି। ମାଙ୍କ ପାଖରେ ଏକ ଶିବମୂର୍ତ୍ତି ବି ରଖାଯାଇଛି। ମନ୍ଦିରରୁ ଫେରିଲା ପରେ ଆପଣ ଭାବୁଥିବେ ଭାରତର ସର୍ବପ୍ରଥମ ଏହି କାଳୀପୀଠ ଏତେ ଅବହେଳିତ କାହିଁକି। ପ୍ରଥମ କାରଣ ହେଲା ଏଠାକୁ ଭଲରାସ୍ତା ନାହିଁ। ପୁଣି ସରକାରଙ୍କ ଦେବତ୍ତୋର ବିଭାଗ ବିଶେଷ କିଛି ଉନ୍ନତି କରିନାହାନ୍ତି। ଯାହା ହୋଇଛି ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ହୋଇଛି।
ଯଦି ଆପଣ ଭଦ୍ରକ ବିଷୟରେ କେବେ ଶୁଣିଥିବେ ତାହାହେଲେ ଆପଣ ପାଳୁଅ ଲଡୁ ବିଷୟରେ ଶୁଣିଥିବେ। ଭଦ୍ରକ ପ୍ରସିଦ୍ଧ ପାଳୁଅ ଲଡୁ। ସୁଜି, ମଇଦା, ଛେନା, ପାଳୁଅ ଏଥିରେ ପଡିଥାଏ। ଭଦ୍ରକର ପାଳୁଅ ଲଡ଼ୁ ଚାଖିଲା ପରେ ମନରେ ଭାସି ଆସୁଥିଲା ଭଦ୍ରକର ଲୋକକଥା ଓ ସଂସ୍କୃତି। ଏମିତି ଭାବନା ଭିତରେ କେତେବେଳେ ସୂର୍ଯ୍ୟଙ୍କ କିରଣ ଲୁଚିଯାଉଥିଲା। ନାଗଙ୍ଗୀ ଆଲୁଅରେ ଦିଗ‌୍‍ବଳୟ କିଛି ସମୟ ପାଇଁ ଆଲୋକିତ ହେଉଥିଲା । ଆଉ ଆଭାସ ଦେଉଥିଲା ଏ ଟୁର‌୍‍କୁ ଏଠିଟି ଅଟକାଇବାକୁ । ପୁଣିଥରେ ଆଉ ଏକ ନୂଆ ଜାଗାର କଥା ନେଇ ଆପଣଙ୍କ ଆଗରେ ଲେଖନୀ ପ୍ରସ୍ତୁତ କରିବାକୁ ।

[toggle title=”ହରିହର ପଣ୍ଡା” state=”close”] ହରିହର ପଣ୍ଡା, ଏମ‍୍‌ ଆଇଜି ୫୧, ଅନନ୍ତ ବିହାର ପୋଖରିପୁଟ, ଭୁବନେଶ୍ୱର-୨୦ ଇମେଲ : hariharpanda001@gmail.com[/toggle]