ଅନ୍ତରଙ୍ଗ ଓଡ଼ିଶା: ଓଡ଼ିଶାରେ ଝୁନ‌୍‍ଝୁନୁ ଧାମ- ବୀରମିତ୍ରପୁରରେ ରାଣୀସତୀ ମନ୍ଦିର

0
31

 

  • Dadimaa at Rani sati temple of Birmitrapur

ରାଣୀ ସତୀ ମନ୍ଦିର

  • ଜିଲା: ସୁନ୍ଦରଗଡ଼
  • ଦୂରତା: ରାଉରକେଲାରୁ ୪୦ କିଲୋମିଟର
  • ବସ‌୍‍ଷ୍ଟାଣ୍ଡ: ବୀରମିତ୍ରପୁର
  • ନିକଟସ୍ଥ ଦେଖିବା ସ୍ଥାନ: ବେଦବ୍ୟାସ, ହନୁମାନ ବାଟିକା 
  • ସମ୍ପର୍କ: ଝୁନ‌୍‍ଝୁନୁ ଧାମ
  • ଟେଲିଫୋନ‌୍‍: ୦୬୬୧-୩୨୦୯୯୭୦
  •  

 

 

 

 

ହରିହର ପଣ୍ଡା

ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁରକୁ କେହି କେବେ ବୁଲିବା ପାଇଁ ଆସନ୍ତିନି । ମୁଁ ବି ସେଇ ମନୋଭାବର ଥିଲି । କିନ୍ତୁ ରାଉରକେଲାରେ ଦିନେ କିଛି କାମ ପାଇଁ ଗୋଟିଏ ଦିନ ଅଟକିବାକୁ ପଡ଼ିଲା । ସେତେବେଳେ ଜଣେ ବନ୍ଧୁ ଆସି ବୀରମିତ୍ରପୁର ଆଡେ଼ ନେଇଗଲେ । ସେଠି ପହଂଚିଲାପରେ ମୁଁ ଏତେ ଖୁସି ହୋଇଗଲି ଯେମିତି ମୋ ସୀମା ବାହାରେ । କାରଣ ମୁଁ କେବେବି ଭାବି ନଥିଲି ଚୂନପଥର ଖାଦାନ ଭାବେ ପରିଚିତ ବୀରମିତ୍ରପୁରରେ ଏମିତି କିଛି ଯାଗା ଥିବ ଯେଉଁଠି ମନ ଇଚ୍ଛା ବୁଲି ହେବ। ନିଜର ଟାଇମ‌୍‍ ପାସ‌୍‍ କରିହେବ । ହାଉ ଦେବୀ ମାତାଙ୍କୁ ଦର୍ଶନ କରିହେବ !

କିନ୍ତୁ ଏହା ସତରେ ପରିଣତ ହେଲା । ରାଣୀସତୀ ମନ୍ଦିରରେ । ଯାହାକି ଓଡ଼ିଶାର ଏକମାତ୍ର ତଥା ଭାରତର ଦ୍ୱିତୀୟ ଦାଦି ମା’ଙ୍କ ଆସ୍ଥାନ ଭାବେ ଜଣାଯାଏ । ଏହା ରହିଛି ବୀରମିତ୍ରପୁର ସହରରେ ଆଜି ସେଇ ଜାଗାର ଅନୁଭୂତି ।

ରାଣୀ ସତୀ ହେଉଛନ୍ତି ପ୍ରଥମ ସତୀ । ଅଜ୍ଜୁର୍ନଙ୍କ ପତ୍ନୀ ଉତରା । ଲୋକ କଥା ଅନୁସାରେ ଉତରା ଗର୍ଭବତୀ ଥିବା ସମୟରେ ପଣ୍ଡୁ ପୁତ୍ର ଅଜ୍ଜୁର୍ନଙ୍କ ମହାଭାରତ ଯୁଦ୍ଧରେ ମୃତ୍ୟୁ ଘଟିଲା । ଉତରା ଚାହିଲେ ପତିଙ୍କ ଚିତାରେ ସେ ବି ଝାସ ଦେବେ । ହେଲେ ସର୍ବବ୍ୟାପୀ ଶ୍ରୀ କୃଷ୍ଣ ଏଥିରୁ ତାଙ୍କୁ ନିବୃତ କଲେ । ଗର୍ଭରେ ଥିବା ପୁତ୍ରକୁ ଜନ୍ମ ଦେବାର ସୌଭାଗ୍ୟ ଦେଲେ । ଆଉ କହିଲେ ପର ଜନ୍ମରେ ତାଙ୍କର ସତୀ ହେବାର ଇଚ୍ଛା ପୁରଣ ହେବ ।

SONY DSC
ପରଜନ୍ମରେ ଉତରା ନାରାୟଣୀ ବାଇ ଭାବେ ଜନ୍ମ ନେଲେ । ଆଉ ଅଜୁର୍ନ ଜନ୍ମ ନେଲେ ତନ‌୍‍ଧନ ଦାସ ଭାବେ । ତନ‌୍‍ଧନ ଦାସ ବେଶ‌୍‍ ଭଲ ଧନୁର୍ଦ୍ଧର ଥିଲେ । ତାଙ୍କର ଏକ ଧଳା ଘୋଡ଼ା ଥିଲା । ଯାହାକି ତାଙ୍କର ପ୍ରୟ ଥିଲା । ହେଲେ ଏହି ଘୋଡ଼ାକୁ ନିଜର କରିବା ପାଇଁ ହିସାର ରାଜାଙ୍କ ପୁଅ ଚାହିଲେ । ଯେଉଁ ରାଜ୍ୟରେ ସେ ରହୁଥିଲେ । କିନ୍ତୁ ଏହାକୁ ବାରଣ କରିବାରୁ ହିସାର ରାଜପୁତ୍ର ତନ‌୍‍ଧନଙ୍କୁ ଆକ୍ରମଣ କଲେ । ଯୁଦ୍ଧ ହେଲା । ତନ‌୍‍ଧନ‌୍‍ଙ୍କ ଖଣ୍ଡାରେ ରାଜପୁତ୍ରଙ୍କ ମୃତ୍ୟୁ ଘଟିଲା । ଏହାକୁ କିନ୍ତୁ ରାଜା ସହଜରେ ଗ୍ରହଣ କରିପାରିଲେ ନାହିଁ । ଫଳରେ ଠିକଣା ସମୟରେ ଆକ୍ରମଣ କରିବେ ବୋଲି ସ୍ଥିର କଲେ । ଏହି ସମୟରେ ତନ‌୍‍ଧନ‌୍‍ଙ୍କ ବାହାଘର ହେଲା । ନାରାୟଣୀ ବାଈଙ୍କ ସହ । ବାହାଘର ସାରି ଫେରୁଥିବା ବେଳେ ରାଜା ତନ‌୍‍ଧନଙ୍କୁ ଆକ୍ରମଣ କଲେ । ରାଜ ଫୌଜକୁ ବେଶ‌୍‍ ଭଲ ଭାବେ ମୁକାବିଲା କଲେ ତନ‌୍‍ଧନ‌୍‍ । କିନ୍ତୁ ସୈନିକମାନେ ପଛଆଡ଼ୁ ଖଣ୍ଡା ଭୁସି ତନ‌୍‍ଧନ‌୍‍ଙ୍କ ଜୀବନ ନେଲେ । ଏଥିରେ ବ୍ୟଥିତ ନହୋଇ ନାରାୟଣୀ ବାଈମଧ୍ୟ ବୀରତ୍ୱର ସହ ଲଢ଼ିଲେ । ଆଉ ରାଜାଙ୍କୁ ନିଧନ କଲେ । କିନ୍ତୁ ଘୋଡ଼ା ଦାୟିତ୍ୱରେ ଥିବା ରାଣାଙ୍କୁ କହିଲେ ତାଙ୍କୁ ପତିଙ୍କ ଚିତା ସହ ଜାଳି ଦେବାକୁ । ରାଣା ରାଜି ହୋଇଗଲେ । ତାହାହିଁ ହେଲା । ସେଇ ଚିତାରୁ ଏକ ଝଡ଼ ସୃଷ୍ଟି ହେଲା । ଆଉ ରାଣାଙ୍କୁ ଆଦେଶ ହେଲା ସେ ଝଡ଼ ଯେଉଁଠି ରହିବ ସେଠି ଏକ ମନ୍ଦିର କରିବେ । ଆଉ ସେଠାରେ ସତୀ ନାମରେ ପୂଜା କରିବେ । ଝଡ଼କୁ ପଛକରି ଆଗକୁ ମାଡ଼ି ଚାଲିଲେ ରାଣା । ପହଂଚିଲେ ରାଜସ୍ଥାନର ଝୁନ‌୍‍ଝୁନୁରେ । ସେଇଠି ନୀରବ ହୋଇଗଲା ଝଡ଼ । ତିଆରି ହେଲା ରାଣୀ ସତୀଙ୍କ ମନ୍ଦିର । ବେଶ‌୍‍ ଆକର୍ଷଣୀୟ । ଆଉ ସେି ଦିନଠାରୁ ମରୁଭୂମିଟି ପାଳଟିଗଲା ତୀର୍ଥ କ୍ଷେତ୍ର । ସେଇ ଢାଂଚାରେ ତିଆରି ହୋଇଛି ଏ ମନ୍ଦିର ।
ମନ୍ଦିରର ବାହାର ଗେଟ‌୍‍ ଦେଖିଲେ ଆପଣ ଭାବିବେ ଏହା ତାର ଏକ ନକଲ । ଆଉ ଭିତରେ ପଶିଲେ ଆପଣ ହଜିଯିବେ ତା ସୌନ୍ଦର୍ଯ୍ୟ, ରକ୍ଷଣା ବେକ୍ଷଣ ଆଉ ସୌଜନ୍ୟତାରେ ।
ଓଡ଼ିଶା ଆଉ ଝାଡ଼ଖଣ୍ଡର ସୀମାନ୍ତ ଅଂଚଳ ଏହା । ହିନ୍ଦୀ ଭାଷାଭାଷୀ ଲୋକଙ୍କ ଏଠାରେ ଜୋର ରହିଛି । ଆମେ ପହଂଚିଲା ବେଳକୁ ଅପରାହÙ ୪ଟା ବାଜିବାକୁ କିଛି ମିନିଟ‌୍‍ ବାକିଥିଲା । ସେତେବେଳକୁ ମୁଖ୍ୟମନ୍ଦିର ବନ୍ଦଥିଲା । କାରଣ ୪ଟା ବାଜିଲେ ହିଁ ମନ୍ଦିର ଖୋଲିବାର ବିଧି ରହିଛି । ଏଣୁ ଆମକୁ ମନ୍ଦିର ପଛପଟେ ଥିଲା ଏକ ବିସ୍ତୃତ ଲନ‌୍‍ରେ ବସିବା ପାଇଁ କହିଲେ । ବଢ଼ିଆ, ଶାନ୍ତ ପରିବେଶ ଏଇଠି । ପିଲାମାନଙ୍କ ଖେଳିବା ପାଇଁ ବ୍ୟବସ୍ଥା ରହିଛି । ଆଉ କିଛି ସମୟ ବିତାଇବା ପାଇଁ ବ୍ୟବସ୍ଥା । କିଛି ସମୟ ପରେ ମନ୍ଦିର ଖୋଲିଲା ଆମେ ପ୍ରବେଶ କଲୁ ମନ୍ଦିର ଭିତରେ । ପ୍ରଥମେ ମନ୍ଦିର ଟ୍ରଷ୍ଟ ଅଫିସ‌୍‍ ଓ ଭୋଗ କାଉଁଟର । ତା ପରେ ମୁଖ୍ୟ ମନ୍ଦିରର ପ୍ରାଙ୍ଗଣ।
ମୁଖ୍ୟମନ୍ଦିର ପାର୍ଶ୍ୱରେ ତିନୋଟି ଛୋଟ ଛୋଟ ମନ୍ଦିର ରହିଛି। ବାମ ପାର୍ଶ୍ୱରେ, ଏକାଠି । ଏହି ମନ୍ଦିରରେ ଆପଣ ନିଜର ଅଜ୍ଞାତ ଦୁନିଆରେ ଯାହା ଭାବୁଥିବେ ତାହା ସତରେ ପ୍ରାୟ ପରିଣତ ହେବ । ପ୍ରଥମେ ରହିଛନ୍ତି ଦେବୀ ଦୁର୍ଗା । ମୁଁ ଭାବୁଥିଲି ଏଠି ଶିବ ବି ଥିବେ । ଆଖି ବନ୍ଦ କରି ମୁଣ୍ଡିଆ ମାରି ଦେଖିଲା ବେଳକୁ ସତରେ ତଳେ ଶିବ ଲିଙ୍ଗକୁ ପୂଜା କରାଯାଉଛି । ଠିକ‌୍‍ ସେହିଭଳି ଦ୍ୱିତୀୟ ମନ୍ଦିରରେ ମୁଖ୍ୟ ସିଂହାସନରେ ପୂଜା ପାଉଛନ୍ତି ଶ୍ରୀରାମ, ସୀତା ଓ ଲକ୍ଷ୍ମଣ। ତଳେ ପୂଜା ପାଉଛନ୍ତି ଶ୍ରୀ କୃଷ୍ଣ । ତୃତୀୟ ତଥା ବାମ ପଟ ମନ୍ଦିରରେ ରହିଛନ୍ତି ପବନ ସୂତ ହନୁମାନ । ଦର୍ଶନ ସାରି ଚାଲନ୍ତୁ ମୁଖ୍ୟ ମନ୍ଦିର ବୁଲିବା। ମୁଖ୍ୟମନ୍ଦିରରେ ଦାଦିମା’ଙ୍କୁ ଦର୍ଶନ କରିବାକୁ ଏକ ବଡ଼ ପ୍ରାଙ୍ଗଣର ବ୍ୟବସ୍ଥା ରହିଛି । ଏହି ପ୍ରାଙ୍ଗଣର ଛାତ ଓ ପ୍ରତିଟି କାନ୍ଥ କିନ୍ତୁ କଥା କହେ । ଏଠି ଅଙ୍କାଯାଇଥିବା ଛବିଗୁଡ଼ିକ ତାହା ବର୍ଣ୍ଣନା କରେ । ସୁନ୍ଦର ରଙ୍ଗ ଏଥିରେ ବ୍ୟବହାର କରାଯାଇଛି । ତାଛଡ଼ା କାଚ ଓ ସେରାମିକ‌୍‍ ପଥରକୁ ଏଥିରେ ଲଗାଯାଇଛି । ଖୁବ‌୍‍ ସୁନ୍ଦର । ବର୍ଣ୍ଣନା କରାଯାଇ ନପାରେ । ଆପଣ ଏଠାକୁ ଆସିଲେ ତାକୁ କିଛି ଭାଷା ଦେଇ ପାରନ୍ତି ।
ତା ପରେ ଚାଲିଲୁ ମା’ଙ୍କୁ ଦର୍ଶନ କରିବାକୁ । ଛବିରେ ଝୁନ‌୍‍ଝୁନୁର ଦାଦିମାଙ୍କୁ ଯେମିତି ଦେଖିଥିଲୁ ତାହା ଏଇଠି ଦେଖିବାକୁ ମିଳିଲା । ବାସ୍ତବରେ । ତ୍ରିଶୂଳ ଉପରେ ନାକଚଣା । ଆଉ ଦୁଇଟି ଆଖି ଆଉ ଓଠର ଅଙ୍କନ । ବେଶ‌୍‍ ସୁନ୍ଦର ଏ ମୁହଁଟି । ଯାହା ରାଣୀ ସତୀଙ୍କୁ ପ୍ରତିବିମ୍ୱିତ କରୁଛି । ସୁନ୍ଦର ଭାବେରେ ସଜ୍ଜା ଯାଇଛି । ଯାହାକି ପ୍ରମାଣିତ କରୁଛି ଏହା ପଛରେ ଥବା ଳୋକମାନେ କେତେ ନିଷ୍ଠାର ସହ ଏହାକୁ କରିଛନ୍ତି । ରାଣୀ ସତୀଙ୍କ ଆସନ ରପାରେ ତିଆରି ଏହାସହ ମନ୍ଦରର କିଛି ଖମ୍ୱ ମଧ୍ୟ । ତାଛଡ଼ା ମୁଖ୍ୟମନ୍ଦିରରେ ରୂପା ତୋରଣ ତିଆରି କରାଯାିଛି । ତିନୋଟି । ବେଶ‌୍‍ ସୁନ୍ଦର କାରୁ କାର୍ଯ୍ର ମଧ୍ୟ ଏଠାରେ ରହିଛି । ପୂଜା ସାରି ଆମେ ମା’ଙ୍କ ପାଦୂକ ପାଇଲୁ । ହେଲେ ଅନ୍ୟ ମନ୍ଦିର ପରି ଏଠାର ପଅଇଁଠା ହାତକୁ ସେଇଠି ଧୋଇପାରିବେ ନାହିଁ । ମନ୍ଦିର ପ୍ରାଙ୍ଗଣ ତଳେ ସେଥିପାଇଁ ବ୍ରବସ୍ଥା କରାଯାିଛ । ଫଳରେ ମନ୍ଦିର ପ୍ରଙ୍ଗଣ ସୁନ୍ଦର ରହିପାରିବ ।
ଦାଦିମା’ଙ୍କ ମନ୍ଦିରବେଢ଼ା ଏବେ ବୁଲି ଆସନ୍ତୁ । ବେଢ଼ାଉପରେ ଲଗାଯାଇଛି ଏ ମନ୍ଦିର ତିଆରି ଓ ସତୀମାଙ୍କ ଆବିର୍ଭାବ ସମ୍ପର୍କିତ ଳୋକ କଥା । ଯାହାକି ମା’ଙ୍କ ପ୍ରତ୍ୟକ୍ଷ ସ୍ଥିତିରେ ବିଶ୍ୱାସ ଜନ୍ମାଏ । ତା ପଛପଟେ ଛୋଟଛୋଟ ମନ୍ଦିରରେ ଆମେ ବିଭିନ୍ନ ସମୟରେ ସତୀ ବୋଲି ପୂଜା କରୁଥିବା ମୂର୍ତିମାନ ରହିଛନ୍ତି । ଯାହାକି ସେତେବେଳେ ସତୀତ୍ୱର ମର୍ଯ୍ୟାଦାକୁ ଲୋକ ଲୋଚନକୁ ଆଣେ ।
ଶ୍ରୀ ରାଣୀ ସତୀକୀ ସେବା ଟ୍ରଷ୍ଟ ଦ୍ୱାରା ଏହା ପରିଚାଳିତ । ଟ୍ରଷ୍ଟ ପକ୍ଷରୁ ସନ୍ତୋଷ ଅଗ୍ରୱାଲ ଆମକୁ ମନ୍ଦିରର ପ୍ରତିଷ୍ଠାନେଇ ବହୁତ ଅଙ୍ଗେନିଭା କଥା କହିଲେ । ପୁଣି ଏ ଜାଗାରେ ମନ୍ଦିର ପ୍ରତିଷ୍ଠାନେଇ ଥିବା ନିଷ୍ଠାକୁ ମଧ୍ୟ ପ୍ରକାଶ କଲେ । ଚତୁଭୁର୍ଜ ତୁଲସ୍ୟାନ‌୍‍, ଦୁଲିଚନ୍ଦ ତୁଲସ୍ୟାନ‌୍‍ ଦୁଇ ଭାଇ ଦାଦିମା’ଙ୍କ ଭକ୍ତ ଥିଳେ । ବ୍ୟବସାୟ ପାଇଁ ଏଠାକୁ ଯେତେବେଳେ ପ୍ରଥମ ଥର ପାଇଁ ଆସିଲେ ସେତେବେଳେ ଇଚ୍ଛା କରିଥିଲେ ଏଠାରେ ରାଜସ୍ଥାନ‌୍‍ର ମୂଳ ମନ୍ଦିର ଢାଂଚାରେ ଏକ ମନ୍ଦିର ତିଆରି କରିବେ । ସେଥିଲାଗି ଯେତେବେଳେ ଜମି କିଣିବା ପାଇଁ ସକ୍ଷମ ହେଲେ ବର୍ତମାନର ମନ୍ଦିର ଥିବା ଜମିଟିକୁ କିଣିଲେ । ପରେ ଏଠି ଏକ ଛୋଟ ମନ୍ଦିର ତିଆରି କରିଥିଲେ । ଏହା ହେଉଛି ୧୯୫୯ର କଥା । ପରେ ଭକ୍ତଙ୍କ ସମାଗମ ହେଲା । ଧୀରେ ଧୀରେ ଦାଦିମାଙ୍କ କୃପା ଲାଭ କଲେ ତୁଲସ୍ୟାନ‌୍‍ ଭାଇ । ଚତୁଭୁର୍ଜଙ୍କ ପୁଅ ନନ୍ଦକିଶୋର ମଧ୍ୟ ବାପା ଆଉ ଦାଦାଙ୍କ ଇଚ‌୍‍ାକୁ ସାକରର କରିବାରେ ସମର୍ଥ ହେଲେ । ଧୀରେ ଧୀରେ ତିଆରି ହୋଇଚାଲିଲା ଗୋଟିଏ ପରେ ଗୋଟି ଅଂଶ । ଆଉ ଏ ରୂପ ପ୍ରାୟ ଦେଖିବାକୁ ମିଳିଲା ୨୦୦୪ରେ ।

SONY DSC
ଖାଲି ମନ୍ଦିର ନୁହେଁ ଏହାର ପରିଚାଳନାରେ ଥିବା ଟ୍ରଷ୍ଟ ଏକ ଅତିଥିଭାବନ ମଧ୍ର ତିଆରି କରିଛନ୍ତି । ଯାହାକି ଏ ଅଞ୍ଚଳକୁ ଆସୁଥିବା ପ୍ରତିଟି ଲୋକ ପାଇଁ ଏଠାରେ ବାସ ଯୋଗାଇବାରେ ସମର୍ଥ ହୋଇପାରେ । ଅନ୍ୟ ହୋଟେଲ ଭଳି ଏଠାରେ ବ୍ୟବସାୟିକ ମନୋବୃତି ନାହିଁ । ପ୍ରତି ରୁମ‌୍‍ର ଦାମ ମାତ୍ର ସାତ ହଜାର ଟଙ୍କା । ପୁଣି ଏଠାରେ ୭ ଜଣ ରହିବା ଲାଗି ବ୍ୟବସ୍ଥା ରହିଛି । ଶୀତ ତାପ ନିୟନ୍ତ୍ରିତ କୋଠରୀ ସାଙ୍ଗକୁ ଡବଳ ବେଡ‌୍‍ ଆଉ ଅଧିକ ଲୋକଙ୍କ ପାଇର୍ ଗଦି, ତକିଆ ଓ ଚାଦର ବିନା ମୂଲ୍ୟରେ । ଏଣୁ ବାହାରୁ ଯେଉଁ ଭକ୍ତ ଆସିବ ଏଠି ରହିବାରେ କିଛି ବି ଅସୁବିଧା ହେବନି । ତାଛଡ଼ା ମନ୍ଦିରରେ ଖାଦ୍ୟ ମଧ୍ୟ ବେଶ‌୍‍ ରୁଚିକର । ଆମର କିଛି ଘଣ୍ଟା ରହଣୀରେ ଆମେ ଏହାର ଆଭାସ ପାଇଗଲୁ ଣ୍ମନ୍ଦିରର ସଫାସୁତୁରା ଭୋଜନାଳୟରେ ଚା ପାନ କରି ତାର ସୌଜନ୍ୟତା ବିଷୟରେ ଅନୁମାନ କରିବା ଆମ ପାଇଁ ସହଜ ହୋିଗଲା । ଯାହା ଆପଣଙ୍କୁ ଆକର୍ଷିକ କରିବ ମଧ୍ୟ । ଏଣୁ କେତେବେଳେ ରାଉରକେଲା ଟୁର‌୍‍ରେ ଥିବା ବେଳେ ଏଠାକୁ ନିହାତି ବୁଲିବାକୁ ଆସନ୍ତୁ । ଆ ଯଦି ପାରୁଛନ୍ତି ଗୋଟିଏ ରାତି କାଟନ୍ତି ଯାହାକି ଏକ ନିଆରା ଅନୁଭୂତି ଦେବ ଆଉ କହିବ ଆଉଥରେ ଆସନ୍ତେ ନି?

 

ଏମ‌୍‍ ଆଇଜି ୫୧, ଅନନ୍ତ ବିହାର ପୋଖରୀପୁଟ
ଭୁବନେଶ୍ୱର-୨୦