ପପୁ ପମ‍୍‌ପମ‍୍‌ଙ୍କ ସେକେଣ୍ଡ ଇନିଂସ

0
98
advertisement

ଭୁବନେଶ୍ୱର,(ଓଟି): ଓଡ଼ିଆ ସିନେ ଜଗତର ଜଣାଶୁଣା ଅଲରାଉଣ୍ଡର ପପୁ ପମ‍୍‌ପମ‍୍‌ ତାଙ୍କ କ୍ୟାରିୟରର ସେକେଣ୍ଡ ଇନିଂସ‍୍‌ ଆରମ୍ଭ କରିସାରିଲେଣି। ପପୁ ପମ‍୍‌ପମ‍୍‌ ଏବେ “କଥା ଦେଲି ମଥା ଛୁଇଁ ‘ ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି। ଆଉ ଏଥର ବି ତାଙ୍କୁ ଭଲ ରେସପନ୍ସ ମିଳୁଥିବା ଜଣାଯାଉଛି। ପପୁ ଜେଲରୁ ଫେରିବା ପରେ ପୁଣି ଫିଲ୍ମ ଲାଇନକୁ ଆସିଛନ୍ତି। ଏହାକୁ ଆମେ ଦ୍ୱିତୀୟ ଇନିଂସ‍୍‌ ବୋଲି କହୁଛୁ। ଏହି ଇନିଂସ‍୍‌ରେ ସେ ପ୍ରଥମେ ଅକ୍ଷୟ କୁମାର ପରିଜାଙ୍କ ନୂଆ ସିନେମା “ସୁର ଦାସ’ସାଇନ‍୍‌ କଲେ। ତା’ପରେ ସେ ତରଙ୍ଗ ଚ୍ୟାନେଲର ଏକ ସୋ’ ଏତ୍ତକ୍ୟୁଜ୍‌ ମି ଏଥର ମିଛ କହିବି’ କଲେ। ଏହାର ପ୍ରସାରଣ ମଧ୍ୟ ଆରମ୍ଭ ହୋଇଗଲାଣି। ଏହା ଭିତରେ ପପୁ ତିନିଟା ନୂଆ ଓଡ଼ିଆ ଛବିରେ କାମ କରିବାକୁ ଚୁକ୍ତିବଦ୍ଧ ମଧ୍ୟ ହୋଇଥିବା ଜଣାଯାଇଛି। ଏଣେ ଏଇ ସପ୍ତାହରେ ପପୁ ପମ‍୍‌ପମ‍୍‌ଙ୍କ ଏକ ବହୁ ଦିନ ଧରି ଅଟକିଥିବା ସିନେମା “ହେ ପ୍ରଭୁ ଦେଖା ଦେ’ ମଧ୍ୟ ରିଲିଜ୍‌ ହୋଇଛି। ଏଥିରେ ତାଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ମୋଟାମୋଟି ଭାବେ ଦେଖିବାକୁ ଗଲେ ପମ‍୍‌ପମ‍୍‌ଙ୍କ କ୍ୟାରିଅରର ସେକେଣ୍ଡ ଇନିଂସ ଦମଦାର ହେଉଥିବାର ସୂଚନା ମିଳୁଛି। ଏବେ ଅନ୍ୟ ଏକ ସିନେମା ” “ମୁଁ ଖାଣ୍ଟି ଓଡ଼ିଆ ଝିଅ’ ଫିଲ୍ମ ପାଇଁ ବି ଚୁକ୍ତିବଦ୍ଧ ହୋଇଛନ୍ତି।